ଉଦଳା ଇନରହ୍ୱିଲ୍ କ୍ଲବ୍ ତରଫରୁ ଉଦଳା ସହରରେ ଥିବା ଭାରତ ଜ୍ୟୋତି ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ମମତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ସଭାପତି ଜୟନ୍ତୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସିନେ ତାରକା ସୁଇଟି ପଟ୍ଟନାୟକ ଯୋଗଦେଇ ତାଙ୍କର ପୁତ୍ର ଶ୍ରେୟାଂଶ ସହିତ କେକ୍ କାଟି ଏହି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଭିନ୍ନକ୍ଷମ ମାନଙ୍କୁ ସମସ୍ତେ ଆଦର କରିବା ଆବଶ୍ଯକ। ଈଶ୍ବରଙ୍କ ଅନନ୍ୟ ଅବଦାନ ହେଲେ ଦିବ୍ୟାଙ୍ଗ। ଏଥିରେ ଉପ ସଭାପତି ମମତା ମହାନ୍ତି, ଏଡିଟର ପ୍ରମିଳା ପଣ୍ଡା, କୋଷାଧ୍ୟକ୍ଷା ଗୀତା ଶ୍ରୀ ରାୟ, ଜୟନ୍ତୀ ପଟ୍ଟନାୟକ, ଅରୁପମା ମହାପାତ୍ର ଉର୍ମିଳା ସେଠୀ ଦିବ୍ୟାଙ୍ଗ ମାନଙ୍କୁ ମାତ୍ରୁତ୍ୱ ର ସ୍ନେହ ଦେଇ ତାଙ୍କ ଭିତରେ ଥିବା କଳାକୁ ବିକାଶ କରିପାରିଲେ ତାହାହିଁ ହେବ ଆମ ପାଇଁ ଈଶ୍ବରଙ୍କ ଆରାଧନା। କାର୍ଯ୍ୟକ୍ରମ ର ଆରମ୍ଭ ରେ ସଞ୍ଜୟ ଦାସ ସଂଗୀତ ଗାନ କରିଥିଲେ। ଶେଷରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ନ୍ରୁତ୍ୟ ପରିବେଷଣ କରିଥିଲେ।ସୁଇଟି ପଟ୍ଟନାୟକ ଙ୍କ ସହିତ ଇନରହ୍ୱିଲ୍ କ୍ଲବ୍ ର ସମସ୍ତ ସଦସ୍ଯ ନିଜ ହାତ ରେ ଦିବ୍ୟାଙ୍ଗ ମାନଙ୍କୁ ଖୁଆଇ ଦେବାର ଦ୍ରୁଶ୍ୟ ଦେଖିବାକୁ ମିଳିଥିଲା। ଦିବ୍ୟାଙ୍ଗ ମାନେ ଅଭିନତ୍ରୀ ଙ୍କୁ ନିକଟରେ ପାଇ ଆନନ୍ଦିତ ହୋଇଥିଲେ। ସମସ୍ତଙ୍କୁ କ୍ଲବ୍ ତରଫରୁ ସ୍କୁଲ ବ୍ୟାଗ୍ ପ୍ରଦାନ କରାଯାଇଥିଲା। ଆନନ୍ଦମୟ ପରିବେଶ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ହିରେନ୍ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସର୍ବେଶ୍ୱର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।