ଉଦଳା ଅଞ୍ଚଳର ଏକଲ ଅଭିଯାନ ତରଫରୁ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏକଲ ଅଭଯାନର ପୂର୍ବ ଭାଗର ମାଆ, ସମାଜସେବୀ ପ୍ରମିଳା ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସର୍ବପ୍ରଥମେ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ ଦୀପ ଅର୍ପଣ କରାଯାଇଥିଲା। ସ୍ୱାମୀ ବିବେକାନନ୍ଦଙ୍କ ମାର୍ଗ ଦର୍ଶନ, ଯୁବ ପିଢିଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ଯ ଅତିଥି ଭାବରେ ଭାରତୀୟ ଜୀବନ ବୀମା ଉଦଳା କାର୍ଯ୍ୟାଳୟ ର ଶାଖା ପରିଚାଳକ ବୈଦ୍ୟନାଥ ସିଂ ଯୋଗଦେଇ, ସ୍ୱାମୀ ବିବେକାନନ୍ଦ କହିଥିଲେ ଉଠ, ଜାଗ୍ରତ ହୁଅ, ଯେ ପର୍ୟ୍ଯନ୍ତ ତୁମର ଲକ୍ଷ୍ଯ ହାସଲ ହୋଇନାହିଁ, ସେ ପର୍ୟ୍ଯନ୍ତ ବିଶ୍ରାମ ନିଅ ନାହିଁ। ତାଙ୍କର ଏହି ବାଣୀ କୁ ପ୍ରତ୍ୟେକ ଯୁବ ପିଢି ଅନୁସରଣ କରିବା ଆବଶ୍ଯକ ବୋଲି ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ମୁଖ୍ଯ ବକ୍ତା ଭାବରେ ଶିକ୍ଷାବିତ୍ ନରେନ୍ଦ୍ର ରାଉତ ଯୋଗଦେଇ ସ୍ୱାମୀଜୀ ଯେମିତି ଭାରତୀୟ ଦର୍ଶନ ଏବଂ ସନାତନ ଧର୍ମ କୁ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ପ୍ରତିପାଦିତ କରି ପାରିଥିଲେ, ବର୍ତ୍ତମାନର ଯୁବପିଢି ପ୍ରତ୍ଯେକ କ୍ଷେତ୍ରରେ ଭାରତର ଗୌରବ କୁ ବିଶ୍ୱବିଦୀତ କରିବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ସେ ନିଜ ବକ୍ତବ୍ଯରେ କହିଥିଲେ l ସମ୍ମାନିତ ଅତିଥି ଭାବରେ ଏକଲ ଅଭିଯାନର ସଭାପତି ଗୋପିନାଥ ଜେନା , ସଂଗଠକ ମନୋରଞ୍ଜନ ମଲ୍ଲିକ, କବି କରୁଣାକର ଦାସ, ଆଇନଜିବୀ ସତ୍ୟବ୍ରତ ମିଶ୍ର, ପୂଜ୍ୟପୂଜା ପାଠାଗାରର ପ୍ରତିଷ୍ଠାତା ସର୍ବେଶ୍ୱର ବାରିକ୍, କବୟିତ୍ରୀ ନମିତା ରାଉତ, ଏକଲ ଅଭିଯାନର କୋଷାଧ୍ୟକ୍ଷା ଅନୀତା ବିଶ୍ୱାଳ, ପୂର୍ବତନ କାଉନସିଲର୍ ମମତା ସାହୁ ଯୋଗଦେଇ ଆଜିର ଯୁବ ସମାଜ ଯଦି ସ୍ୱାମୀଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ, ତାଙ୍କ ପଦାନୁସରଣ କଲେ ନବ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ନିଜ ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ସଭାର ପ୍ରାରମ୍ଭରେ ଅଭିଯାନ ପ୍ରମୁଖ ମହେନ୍ଦ୍ର ମାରାଣ୍ଡି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବେଳେ ଶେଷରେ ସମ୍ବାଦିକ ସୁବ୍ରତ କୁମାର ମହାନ୍ତି କାର୍ଯ୍ୟକ୍ରମ ର ଶେଷ ସ୍ପର୍ଶ ଦେଇଥିଲେ। କାର୍ଯ୍ୟାଳୟ ପ୍ରମୁଖ ସ୍ମୃତି ରଞ୍ଜନ ଶତପଥୀ, ଗ୍ରାମ ସ୍ୱରାଜ ପ୍ରମୁଖ ବେଣୁଧର କଣ୍ଟାବାଉଁଶିଆ, ଗତିବିଧି ପ୍ରମୁଖ ଗୌରଚନ୍ଦ୍ର ଜେନା , ସଞ୍ଚ ପ୍ରମୁଖ ରୀତାଞ୍ଜଳୀ ପ୍ରଧାନ, ଗଜେନ୍ଦ୍ର ବେହେରା, ଅଜୟ କୁମାର ବେହେରା, ଭାଗିରଥି ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।