16-08-23 ଭାରତ ର ମହାନ ତମ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାଟି ର ପ୍ରତିଷ୍ଠାତା, ଶ୍ରେଷ୍ଠ କବି, ରାଷ୍ଟ୍ରବାଦୀ ନେତା ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ଙ୍କ ପଞ୍ଚମ ସ୍ମୃତି ଦିବସ ଉଦଳା ବିଜେପି ଯୁବ ମୋର୍ଚ୍ଚା ଦ୍ୱାରା ପାଳିତ ହୋଇ ଅଛି l

ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରାଣ କୃଷ୍ଣ ବେରା ଉପସ୍ଥିତ ରହି ସ୍ବର୍ଗତ ବାଜପେୟୀ ଙ୍କ ସ୍ମୃତି ରେ ତାଙ୍କ କୁଶଳ ନେତୃତ୍ୱ, ଦୃଢ଼ ବିଦେଶ ନୀତି, ପରମାଣୁ ପରୀକ୍ଷଣ, ଏସ ଏଚ ଜି ଗ୍ରୁପ ର ନିର୍ମାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବାଜପେୟୀ ଜି ଙ୍କ ଦ୍ୱାରା ଆରମ୍ଭ କରା ହୋଇଥିଲା ବୋଲି କହି ଥିଲେ l

ଏହି କାର୍ଯ୍ୟକ୍ରମ ରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ପ୍ରାଚ୍ୟ ସୁମନ ମହାନ୍ତି, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅବିନାଶ ସାହା, ITCELL COORDINATOR ଦେବୀ ଶଙ୍କର କର, ଉଦଳା ନଗର ଉପ ସଭାପତି ବିବେକାନନ୍ଦ ଶତପଥି, ସାଧାରଣ ସମ୍ପାଦକ ନିହାର ରଞ୍ଜନ ସାହୁ, ସମ୍ପାଦକ ଗୌତମ ଦାସ, ଔରାଜ୍ୟୋତି ସ୍ୱାଇଁ, ରଂଜିତ,ଶୁଭ୍ରଜିତ, ଅର୍ପଣ, ସରୋଜ ମଲ୍ଲିକ, ପ୍ରଦୀପ ମୁର୍ମୁ, ଶତ୍ରୁଘନ, ସତ୍ୟ ପ୍ରମୁଖ ଯୋଗ ଦାନ କରିଥିଲେ