ଉଦଳା (ଆ. ପ୍ର ) ଉଦଳା ସହରରେ ଥିବା ସିପ୍ରନ୍ ହୋଟେଲ ପରିସରରେ ଇନରହ୍ୱିଲ୍ କ୍ଲବ୍ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ର ସଭାପତି ଜୟନ୍ତୀ ପଟ୍ଟନାୟକଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ରାଜଲକ୍ଷ୍ମୀ ମହାନ୍ତି, ସଂପାଦିକା ମିନାକ୍ଷୀ ପଟ୍ଟନାୟକ ,ଉପସଭାପତି ମମତା ମହାନ୍ତି, ସଂଯୋଜିକା ପ୍ରମିଳା ପଣ୍ଡା ଯୋଗଦେଇ, ନିଶାସକ୍ତ କୁପଥ ଗାମୀ ଯୁବ ସମାଜକୁ କିପରି ନିଶାମୁକ୍ତ କରି ସୁସ୍ଥ ସମାଜ ଗଠନରେ ସେମାନଙ୍କୁ ନିୟୋଜିତ କରାଯାଇ ପାରିବ, ବର୍ତ୍ତମାନ ବି ନିରକ୍ଷରତା ର ଅନ୍ଧକାର ଭିତରେ ଥିବା ବ୍ଯକ୍ତି ମାନଙ୍କୁ ସାକ୍ଷର କରି ସ୍ୱଭିମାନର ସହ ବଞ୍ଚିବାର ରାହା ଦେଖାଇବା, ମହିଳା ମାନଙ୍କୁ କିପରି ସ୍ୱାଭିମାନୀ, ସ୍ୱାବଲମ୍ବୀ କରିହେବ ସେ ସମ୍ପର୍କରେ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ଏହାପରେ ସଭାପତି ଶ୍ରୀମତୀ ପଟ୍ଟନାୟକ ଆସନ୍ତା ୨୦୨୨-୨୩ବର୍ଷପାଇଁ ଦାୟିତ୍ୱ ଦିଆଯାଇଥିବା ସଭ୍ୟାମାନଙ୍କ ନାମ ଘୋଷଣା କରିଥିଲେ। ସହ ସଂଯୋଜିକା ଦିଗ୍ ବାଳା ପରିଡା, ସିସିସି ସୁଜାତା ବିଶ୍ୱାଳ, କୋଷାଧ୍ୟକ୍ଷା ଗୀତା ଶ୍ରୀ ରାୟଙ୍କ ନିର୍ଦ୍ଦେଶନାରେ କ୍ଲବ୍ ର ସଭ୍ୟାମାନେ ନ୍ରୁତ୍ୟ ପରିବେଷଣ କରିଥିଲେ। ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି, ପ୍ରମିଳା ପଣ୍ଡା ସଂଗୀତ ଗାନ କରି ଆନନ୍ଦ ମୟ ପରିବେଶ ସ୍ରୁଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମମତା ସାହୁ, ଉର୍ମିଳା ମହାନ୍ତି, ରେଣୁବାଳା ପ୍ରଧାନ, ପ୍ରତିଭା ଘଡେଇ କାର୍ଯ୍ୟକ୍ରମ ପରିଚାଳନା ରେ ସଂମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ର ଅଧ୍ଯକ୍ଷା ଜୟଶ୍ରୀ ଚୌଧୁରୀ ଜୟନ୍ତୀ ପଟ୍ଟନାୟକଙ୍କ ନେତୃତ୍ବ ହେଉଥିବା କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହିତ ସମସ୍ତ ସଭ୍ୟାମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।