ଉଦଳା ସହରରେ ଥିବା ଆତ୍ମ ଦର୍ଶନ ଭବନରେ ରାଷ୍ଟ୍ରୀୟ ଶିଶୁ କନ୍ଯା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଆତ୍ମଦର୍ଶନ ଭବନର ପ୍ରଶାସିକା ବ୍ରହ୍ମ କୁମାରୀ ଦମୟନ୍ତୀ ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମାଜସେବୀ ପ୍ରମିଳା ପଣ୍ଡା ମୁଖ୍ଯ ଅତିଥି ଭାବରେ ଯୋଗଦେଇ, ବର୍ତ୍ତମାନ ପ୍ରତିଦିନ ଘଟୁଥିବା କନ୍ଯା ଭ୍ରୁଣ ହତ୍ଯା ନାବାଳିକା ଦୁଷ୍କର୍ମ କୁ ରୋକିବାକୁ ହେଲେ ନାରୀମାନଙ୍କୁ ଜାଗ୍ରତ ହେବାକୁ ପଡିବ। ନାରୀମାନେ ଅଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମାଜରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ଜାଗ୍ରତ କରିପାରିଲେ ଏ ସମସ୍ୟା ଦୂରିଭୂତ ହୋଇପାରିବ। ସମ୍ମାନିତ ଅତିଥି ଭାବରେ ବ୍ରହ୍ମ କୁମାରୀ ସୁକାନ୍ତି ଭଉଣୀ ଯୋଗଦେଇ ପୁଅଝିଅ ମଧ୍ୟରେ ଭେଦଭାବ ନରଖି ସମଦ୍ରୁଷ୍ଟି ରଖିଲେ ଶିଶୁକନ୍ୟା ସୁରକ୍ଷିତ ରହିପାରିବେ ବୋଲି ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ଏହାପରେ କୁନିକୁନି ଝିଅ ମାନେ ସଙ୍ଗୀତ ଗାନ କରିବା ସହିତ ନ୍ରୁତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ବ୍ରହ୍ମ କୁମାରୀ ମନସ୍ୱୀନୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ବ୍ରହ୍ମ କୁମାରୀ ନମିତା ଧନ୍ଯବାଦ ଅର୍ପଣ କରିଥିଲେ। ବ୍ରହ୍ମ କୁମାରୀ ତପସ୍ୟା, ଭାଇ ସତ୍ୟବାନ୍ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |