ଏକ ଉତ୍ତାପ ତରଙ୍ଗ (Heat wave) ହେଉଛି ଅସ୍ୱାଭାବିକ ଗରମ ପାଗର ଏକ ଦୀର୍ଘ ସମୟ, ଯାହା ପ୍ରାୟତ ଉଚ୍ଚ ଆର୍ଦ୍ରତା ସହିତ ଆସିଥାଏ, ଯାହା ବିପଜ୍ଜନକ କିମ୍ବା ମାରାତ୍ମକ ଅବସ୍ଥା ମଧ୍ୟ ଦେଇପାରେ | ଉଭୟ ଆର୍ଦ୍ର ଏବଂ ଶୁଷ୍କ ଜଳବାୟୁରେ ଉତ୍ତାପ ତରଙ୍ଗ ହୋଇପାରେ ଏବଂ ସାଧାରଣତ ଉଚ୍ଚ ତାପମାତ୍ରା ଦ୍ୱାରା ବର୍ଣ୍ଣିତ ହୋଇଥାଏ ଯାହାକି ଅନେକ ଦିନ କିମ୍ବା ସପ୍ତାହ ପର୍ଯ୍ୟନ୍ତ ରହିଥାଏ | ଏକ ଉତ୍ତାପ ତରଙ୍ଗ ସମୟରେ ବାୟୁର ତାପମାତ୍ରା ସ୍ତରକୁ ବୃଦ୍ଧି ପାଇପାରେ ଯାହା କେବଳ ଅସହଜ ନୁହେଁ ବରଂ ସମ୍ଭାବ୍ୟ କ୍ଷତିକାରକ ମଧ୍ୟ ହୋଇପାରେ, ବିଶେଷକରି ବୃଦ୍ଧ, ଛୋଟ ପିଲା ଏବଂ ପୂର୍ବ ଚିକିତ୍ସା ଅବସ୍ଥା ଥିବା ଦୁର୍ବଳ ଜନଜାତିଙ୍କ ପାଇଁ | ଉତ୍ତାପ ତରଙ୍ଗ (Heat wave) ମରୁଡ଼ି ପରିସ୍ଥିତିକୁ ଆହୁରି ବଢ଼ାଇ ପାରେ ଏବଂ ଜଙ୍ଗଲୀ ଅଗ୍ନିକାଣ୍ଡର ଆଶଙ୍କା କୁ ମଧ୍ୟ ବଢ଼ିଥାଏ | ଉତ୍ତାପ ତରଙ୍ଗ ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ ଯେପରିକି ହାଇଡ୍ରେଟେଡ୍ ରହିବା, ଶୀତତାପ ନିୟନ୍ତ୍ରିତ ସ୍ଥାନରେ ଘର ଭିତରେ ରହିବା ଏବଂ ଦିନର ଉତ୍ତପ୍ତ ଅଂଶରେ ବାହ୍ୟ କାର୍ଯ୍ୟକଳାପରୁ ଦୂରେଇ ରହିବା |

ଅଂଶୁଘାତ କଣ (What is sunstroke) ?

ଗ୍ରୀଷ୍ମ ଋତୁ ରେ ପରିବେଶ ର ଉଚ୍ଚ ତାପ ମାତ୍ରା ଯୋଗୁ ଦେହ ରୁ ଅତ୍ୟଧିକ ଝାଳ ବୋହି ଥାଏ ଏବଂ ଏହା dehydration /ଦେହରେ ଜଳୀୟ ଅଂଶ କମାଇ ଥାଏ | ଝାଳ ସହିତ ଆମ ଶରୀର ରୁ ବିଭିନ୍ନ ପ୍ରକାର ମିନେରାଲ ଯଥା ସୋଡ଼ିଅମ, ପଟାସିଅମ, ମାଗ୍ନେସିଅମ, କ୍ଲୋରାଇଡ ପ୍ରଭୂତି ଉପାଦାନ ଶରୀର ରୁ କମି ଯାଇଥାଏ | ଉପରୋକ୍ତ ମିନେରାଲ ଆମ ସ୍ନାୟୁ /nerve ଏବଂ heart କୁ ଚଳାଇବା ପାଇଁ ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ | ତେଣୁ ଅତ୍ୟଧିକ ଜଳୀୟ ଅଂଶ ଶରୀର ରୁ କମିଗଲେ ଅଂଶୁ ଘାତ ଜନିତ ମୃତ୍ୟୁ ହେବା ର ସମ୍ଭାବନା ଥାଏ |

ଅଂଶୁଘାତ ର ଲକ୍ଷଣ (Symptoms of sunstroke) ?

ଚିକିତ୍ସା ବିଜ୍ଞାନୀ ମତ ଅନୁସାରେ ଛୋଟ ଶିଶୁ ଓ ପିଲାମାନଙ୍କ ଶରୀରର ହାରାହାରି ତାପମାତ୍ରା ୯୭.୯ ଡିଗ୍ରୀ ଫାରେନହାଇଟ (୩୬.୬ ଡିଗ୍ରୀ ସେଲସିୟସ) ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ ଡିଗ୍ରୀ ସେଲସିୟସ), ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ଶରୀରର ହାରାହାରି ତାପମାତ୍ରା ୯୭ ଡିଗ୍ରୀ ଫାରେନହାଇଟ(୩୬.୧ ଡିଗ୍ରୀ ସେଲସିୟସ)ରୁ ୯୯ ଡିଗ୍ରୀ ଫାରେନହାଇଟ (୩୭.୨ ଡିଗ୍ରୀ ସେଲସିୟସ) ଏବଂ ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କର ଶରୀରର ହାରାହାରି ତାପମାତ୍ରା ୯୮.୬ ଡିଗ୍ରୀ ଫାରେନହାଇଟ(୩୭ ଡିଗ୍ରୀ ସେଲସିୟସ) ରହିବା ଉଚିତ l ଜଳବାୟୁରେ ଅଧିକ ଉତ୍ତାପ ହେତୁ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ଚର୍ମ ଶୁଷ୍କତା, ଶରୀରରୁ ଝାଳ ନିର୍ଗତ ନ ହେବା କିମ୍ବା ଅଳ୍ପ ନିର୍ଗତ ହେବା, ରକ୍ତଚାପ କମ ହେବା, ହୃଦସ୍ପନ୍ଦନ ମାତ୍ରା ବଢିବା, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା ଦେଖାଯିବା, ନାଡ଼ୀର ଗତି କମହେବା, ପରିସ୍ରା ହଳଦିଆ ରଙ୍ଗର ହେବା ସହ ବହଳିଆ ହୋଇ କମ୍‌ ପରିସ୍ରା ଦୁର୍ଗନ୍ଧଯୁକ୍ତ ହୋଇଥାଏ। ଶରୀରର ମାଂସପେଶୀ ଆକସ୍ମିକ ଭାବେ ଅକୁଞ୍ଚନ ହୋଇ ଯନ୍ତ୍ରଣା ଦାୟକ ହେବା, ଆଳସ୍ୟ ତଥା ଦୁର୍ବଳ ଦେଖାଯିବା, ମୁଣ୍ଡବ୍ୟଥା ହେବା, ବାନ୍ତି ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ lଅଂଶୁଘାତ ମୁଖ୍ୟତଃ ରକ୍ତଚାପ ଥିବା ବ୍ୟକ୍ତି, ମଧୁମେହ ବା ଡାଇବେଟିସ୍‌ ରୋଗୀ, ଯକ୍ଷ୍ମା ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୟସ୍କ, ଗର୍ଭବତୀ, ଖରାରେ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି, ଅଧିକ ମୋଟା ବ୍ୟକ୍ତି, ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଂଶୁଘାତରେ ଶିକାର ହେବାର ଅଧିକ ଆଶଙ୍କା ରହିଥାଏ l

ଅଂଶୁଘାତ ର ଉପଚାର (Sunstroke treatment)

  • ସଙ୍ଗେ ସଙ୍ଗେ ଥଣ୍ଡା ପାଣି ମୁଣ୍ଡ ରେ ଢାଳାନ୍ତୁ
  • ORS, ଆଖୁରସ, ଘୋଳ ଦହି ଯଥେଷ୍ଟ ପିଆନ୍ତୁ
  • ଏସବୁ ନ ମିଳିଲେ ଚିନି ଲୁଣ ପାଣି ମଧ୍ୟ ପିଆଇ ପାରିବେ
  • ଦେହ ରେ ମୁଣ୍ଡ ରେ ବରଫ ଘସନ୍ତୁ
  • ଏହି ସମୟ ରେ ଦେହ ଥରିଲେ କି ଉତ୍ତାପ ବଢିଲେ ପାରାସେଟାମଲ କିମ୍ବା ଏସପିରିନ ଦିଅନ୍ତୁ ନାହିଁ
  • ଗ୍ଲୁକସ (Glucose) ପାଣି ରେ ଲୁଣ ମିଶାଇ ପିଅନ୍ତୁ
  • ଦେହ ରୁ ଲୁଗା ଖୋଲି ଦେଇ ପତଳା କପଡା ପିନ୍ଧାଇ ଥଣ୍ଡା ଯାଗା ରେ ଶୁଆନ୍ତୁ
  • ଥଣ୍ଡା ଦହି ସର୍ବତ, ଥଣ୍ଡା କ୍ଷୀର ପିଇ ପାରିବେ
  • ଭିଟାମିନ c ଜାତୀୟ ସର୍ବତ ଲେମ୍ବୁ ସର୍ବତ, କମଳା ଜୁସ, ମୌସୁମୀ ଜୁସ ପିଅନ୍ତୁ
  • Vit C ଅଂଶୁଘାତ ରୁ ଜଲଦି ରକ୍ଷା କରେ

ସତର୍କତା

  • ଗ୍ରୀଷ୍ମ ଋତୁରେ ଅଧିକ ସୂର୍ଯ୍ୟତାପ ସମୟରେ ଚଳପ୍ରଚଳ କରିବା ଅନୁଚିତ l ନିହାତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ
  • ଗ୍ରୀଷ୍ମ ଋତୁ ରେ ଦିନ କୁ 8ରୁ 10ଲିଟର ପାଣି ପିଅନ୍ତୁ
  • ଗ୍ରୀଷ୍ମ ଋତୁ ରେ ପ୍ରକୃତି ଆମ କୁ ଉପହାର ସ୍ୱରୂପ ଦେଇ ଥିବା ରଶାଳିଆ ଫଳ ତରଭୁଜ, ଫୁଟି କାକୁଡି, ତାଳସଜ, ଆମ୍ବ, ପଣସ, ଜାମୁ୍ରୋଲ, ଜାମୁକୋଳି, ଅଙ୍ଗୁର, ଚାରକୋଳି ଆଦି ଯଥେଷ୍ଟ ପରିମାଣ ରେ ଖାନ୍ତୁ lଏହି ସବୁ ଫଳ ରୁ ଆମକୁ ସୋଡ଼ିଅମ, ପଟାସିଅମ, ମାଗ୍ନେଶସିଅମ, କ୍ଲୋରାଇଡ ଭଳି ମିନେରାଲ ସହିତ glucose, fructose ଏବଂ ଅନ୍ୟନ୍ୟ ମିନେରାଲ ମଧ୍ୟ ମିଳେ ତା ସହିତ ଆମ ର ଶରୀର ରେ ଜଳୀୟ ଅଂଶ କୁ ମଧ୍ୟ ବୃଦ୍ଧି କରେ |
  • ଘୋଳ ଦହି, ପଇଡ଼ ପାଣି ଏବଂ ଆଖୁରସ ମଧ୍ୟ ପିଅନ୍ତୁ
  • ପଇଡ଼ ପାଣି ରୁ ଯଥେଷ୍ଟ ପୋଟାସିଅମ ଏବଂ ମାଗ୍ନେସିଅମ ମିଳେ
  • ଓଡିଶା ର ପ୍ରିୟ ଖାଦ୍ୟ ପଖାଳ ସହିତ ଦହି ଏବଂ ବିଟ ଲୁଣ ଏବଂ ସୈନ୍ଧବ ଲବଣ ଖାନ୍ତୁ
  • ସାଧାରଣ ଲୁଣ ରୁ ଆମକୁ କେବଳ ସୋଡ଼ିଅମ ଏବଂ କ୍ଲୋରାଇଡ ମିଳେ କିନ୍ତୁ ସୈନ୍ଧବ ଲବଣ ଏବଂ ବିଟ ଲୁଣ ରୁ ଆମକୁ ପୋଟାସିଅମ ଏବଂ ମାଗ୍ନେସିଅମ ମଧ୍ୟ ମିଳେ
  • ଓଡିଶା ର ଆଦିବାସୀ ମାନଙ୍କ ପ୍ରିୟ ଖାଦ୍ୟ ବହୁ ଦିନ ର ବାସୀ ପଖାଳ (ହାଣ୍ଡିଆ )ମଧ୍ୟ ଅଂଶୁ ଘାତ ରୁ ରକ୍ଷା କରେ
  • ଦହି ସର୍ବତ, ଆମ୍ବ ସର୍ବତ, ପଳାସ ସର୍ବତ, କୋକମ ସର୍ବତ ପୁଦିନା ସର୍ବତ, ଘି କୁଆଁରୀ ସର୍ବତ, ଅଁଳା ସର୍ବତ ମଧ୍ୟ ବହୁ ଉପକାରୀ
  • ଖରା ଦିନେ ବାହାରେ ବୁଲିବା ସମୟ ରେ ଟୋପି ଲଗାନ୍ତୁ କିମ୍ବା ପଗଡି ବାନ୍ଧନ୍ତୁ

ସାମ୍ପ୍ରତିକ ପରିସ୍ଥିତିରେ ଆମ ରାଜ୍ୟରେ ଓ ଦେଶରେ ‘ଅଂଶୁଘାତ’ଜନିତ ମୃତ୍ୟୁ ସଂଖ୍ୟା କ୍ରମଶଃ ପ୍ରତିବର୍ଷ ବୃଦ୍ଧି ପାଉଥିବାର ଦେଖାଯାଉଅଛି। ଏହାର ମୁଖ୍ୟ କାରଣ ହେଲା ଜଙ୍ଗଲରୁ ଗଛକାଟି ସଫା କରିଦେବା, ବଣ ଜଙ୍ଗଲରେ ନିଆଁ ଲଗେଇଦେବା, ବିଭିନ୍ନ କଳକାରଖାନା ତଥା ବିଭିନ୍ନ ଗାଡି, ବସ ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ତାପମାତ୍ରା ବଢିବା ଅଂଶୁଘାତ
ହେବାର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ଅନ୍ୟତମ। ଅଂଶୁଘାତରୁ ଆମେ ରକ୍ଷା ପାଇବା ନିମନ୍ତେ ଗ୍ରୀଷ୍ମ ଋତୁରେ ନିଜେ ସଜାଗ ହେବାସହ ଅନ୍ୟମାନଙ୍କୁ ତଥା ପରସ୍ପର ସତର୍କତା ଅବଲମ୍ବନ ନିମନ୍ତେ ପରାମର୍ଶ ଦେବାସହ ଅଧିକ ସଚେତନତାର ଆବଶ୍ୟକତା ରହିଛି।