ଉଦଳା-ତା୪। ୧-ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ତରଫରୁ ଉଦଳା ବ୍ଲକ ଅନ୍ତର୍ଗତ ବହୁବନ୍ଧ ପଞ୍ଚାୟତ ର ଘାଘରା ଗଡି ଗ୍ରାମରେ ଶୀତ ବସ୍ତ୍ର ବଣ୍ଟନ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ସଭାପତି ପ୍ରମିଳା ପଣ୍ଡା ଙ୍କ ଆବାହକତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଭାରତମାତା ଏବଂ ମା ସରସ୍ୱତୀ ଙ୍କ ଫଟୋଚିତ୍ର କୁ ପୂଜନ କରିବା ସହିତ ବେଦମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ଏହା ପରେ ଶ୍ରୀମତୀ ପଣ୍ଡା ଗୁଣି ଗାରିଡି, ଡାହାଣି,ଭୂତ,ପ୍ରେତ,ଏସବୁ ଅନ୍ଧବିଶ୍ୱାସ କୁ ଦୂରିଭୂତ କରି ଶରୀର ଅସୁସ୍ଥ ହେଲେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ୍ ବୋଲି କହିବା ସହିତ ଶିକ୍ଷା ର ଅଭାବ କାରଣ ରୁ ଆମେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛୁ।ତେଣୁ ଗ୍ରାମର ପୁଅ ଝିଅ ନିର୍ବିଶେଷରେ ସମସ୍ତ ପିଲାମାନଙ୍କୁ ପାଠ ପଢାଇବା ପାଇଁ ପ୍ରତିଜ୍ଞା ନେବା ଉଚିତ୍ ବୋଲି ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ଏଥିରେ ଯୋଗଦେଇ , ଶିକ୍ଷା ର ଅଭାବ କାରଣ ରୁ ଆସୁଥିବା ସରକାରୀ ଯୋଜନା ରୁ ଆମେ ବଞ୍ଚିତ ହେଉଛୁ। ଗାଁ ରେ ଯେଉଁମାନେ ସରକାରୀ ସୁବଧା ରୁ ବଞ୍ଚିତ ଅଛନ୍ତି, ସେମାନଙ୍କ ପାଇଁ ଆମେ ପ୍ରୟାସ ବୋଲି ନିଜ ବକ୍ତବ୍ଯ ରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକଲ ଅଭଯାନର ଓଡିଶା ସଂଭାଗ ଗ୍ରାମ ସ୍ୱରାଜ ପ୍ରମୁଖ ସୁକେଶ ବେହେରା, ପୂର୍ବ ଭାଗ ର ପ୍ରଥମିକ ଶିକ୍ଷା ପ୍ରମୁଖ ବେଣୁଧର କଣ୍ଟାବାଉଁଶିଆ, ଗ୍ରାମ ପ୍ରମୁଖ ଚୂଡାମଣି ଯୋଗଦେଇ ଅନ୍ଧବିଶ୍ୱାସ କୁ ଛାଡି ଆମେ ବାସ୍ତବତା କୁ ଗ୍ରହଣ କଲେ ଯାଇ ଆମ ଜାତିର ଉନ୍ନତି ହୋଇପାରିବ ବୋଲି କହିଥିଲେ। ଏହାପରେ ଗ୍ରାମର ବ୍ରୁଦ୍ଧ, ବ୍ରୁଦ୍ଧା ଏବଂ ଭନ୍ନକ୍ଷମ ମାନଙ୍କୁ ପୁଷ୍ପ ଗୁଚ୍ଛ ସହିତ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।ଆରମ୍ଭ ରେ ସରସ୍ୱତୀ ମୁର୍ମୁ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ନମିତା ସୋରେନ ଧନ୍ଯବାଦ ଅର୍ପଣ କରିଥିଲେ। ଯେଉଁ ମାନେ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ ଶ୍ରୀମତୀ ପଣ୍ଡା ସେମାନଙ୍କ ଘରକୁ ଯାଇ ଭଲ ମନ୍ଦ ବୁଝିବା ସହିତ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ସଞ୍ଚପ୍ରମୁଖ ଅଜୟ କୁମାର ବେହେରା ଏ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ।