ଉଦଳା,18/12(ଆ. ପ୍ର ) ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ତରଫରୁ ଉତ୍କଳ ସମ୍ମିଳନୀ ର ପ୍ରଥମ ସଭାପତି, ମୟୂରଭଞ୍ଜ ର ପ୍ରଜାବତ୍ସଳ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୧ତମ ଜୟନ୍ତୀ ସ୍ଥାନୀୟ ରୋଟାରୀ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଟ୍ରଷ୍ଟ ର ସଭାପତି ପ୍ରମିଳା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ଯ ଅତିଥି ଭାବରେ ଶିକ୍ଷାବିତ୍ ଗୋପିନାଥ ସା ଯୋଗଦେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ଉଦାରବାଦୀ ରାଜା ଥିଲେ, ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ, ରେଭେନ୍ସା କଲେଜ, ବନାରସ ହିନ୍ଦୁ ୟୁନିଭରସିଟି ତାଙ୍କ ଉଦାରତାର ଗୋଟିଏ ଗୋଟିଏ ନମୁନା ବୋଲି ନିଜ ବକ୍ତବ୍ଯ ରେ ପ୍ରକାଶ କରିଥିଲେ। ମୁଖ୍ଯ ବକ୍ତା ଭାବରେ ଭକ୍ତି ଜ୍ଞାନ ସଞ୍ଚାର ସମିତି ର ଅଧ୍ଯକ୍ଷ ପଣ୍ଡିତ ଲକ୍ଷ୍ମୀଧର ରାଉତ ଯୋଗଦେଇ ମହାରାଜା ଥିଲେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ। ନେରୋଗଜ୍ ରେଳ ଚଳାଚଳ କରାଇବା, ଶିକ୍ଷାର ଉର୍ନ୍ନତି ପାଇଁ ୪୦୦ଟି ବିଦ୍ୟାଳୟ ଖୋଲିବା, ଜୁବ୍ଲି ଲାଇବ୍ରେରୀ ପ୍ରତିଷ୍ଠା କରିବା, କ୍ରୁଷି ପାଇଁ ହଳଦିଆ ଜଳବନ୍ଧ ନିର୍ମାଣ କରିବା ଆଦି ଅନେକ ଜନହିତକର କାମ ତାଙ୍କର ଦୂର ଦର୍ଷିତା ଯୋଗୁ ସମ୍ଭବ କରିପାରିଛନ୍ତି ବେଲି ନିଜ ବକ୍ତବ୍ଯ ରେ କହିଥିଲେ। ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ଯକ୍ଷ ଡ. ଶ୍ୟାମସୁନ୍ଦର ପଣ୍ଡା, ଓକିଲ ସଂଘ ର ସମ୍ପାଦକ ଆଇନ୍ ଜୀବୀ ବସନ୍ତ ପରିଡା, ଆଇନ୍ ଜୀବୀ ସତ୍ୟବ୍ରତ ମିଶ୍ର, ଶିକ୍ଷାବିତ୍ ନରେନ୍ଦ୍ର ରାଉତ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାରାଜାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପରେ ମହାରାଜାଙ୍କ ସମୟରେ ମୟୂରଭଞ୍ଜ ର ବିକାଶ ରେ ଗୋପବନ୍ଧୁ ଙ୍କ ସହଭାଗିତାର ସମ୍ବନ୍ଧ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, କବୟିତ୍ରୀ ନମିତା ରାଉତ, ସାମ୍ବାଦିକ ଦୀନବନ୍ଧୁ ବାରିକ୍, ପୂର୍ବତନ କାଉନସିଲର୍ ମମତା ସାହୁ, ପ୍ରଭାସ ଚନ୍ଦ୍ର ନାୟକ, ଯୋଗଗୁରୁ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ମହାରାଜାଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଧୂପ ଦୀପ ଅର୍ପଣ କରାଯିବା ସହିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଶ୍ରୁତିରଞ୍ଜନ ଶତପଥୀ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରି ଥିବା ବେଳେ ମହେନ୍ଦ୍ର ମାରାଣ୍ଡି ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ସର୍ବେଶ୍ୱର ବାରିକ୍, ଦିଲୀପ ବେହେରା, ସର୍ବେଶ୍ୱର ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଉଦଳା ସହରରେ ମହାରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ପାଇଁ ଦାବି ରଖିଥିଲେ।